ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବଟବୃକ୍ଷ ଥିଲା ।
ସେହି ବଟ ବୃକ୍ଷରେ ଏକ କୋରଡ କରି କୁଆ ଦମ୍ପତି ବସବାସ କରୁଥାନ୍ତି । ସେହି ବଟବୃକ୍ଷ
ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ
ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆର ବସାରେ ପଶି ତାର ଡିମ୍ବକୁ ନଷ୍ଟ
କରିଦେଲା ।
ଏହି ବଟ ବୃକ୍ଷର ପାଖରେ ଆଉ ଗୋଟିଏ ବଟ
ବୃକ୍ଷ ଥାଏ । ସେଠାରେ ଗୋଟିଏ ଶୃଗାଳ ବାସ କରୁଥାଏ । ଦିନେ କୁଆଟି ଅତ୍ୟନ୍ତ ଦୁଃଖରେ
ତା’ର ମନ କଥା ଶୃଗାଳ ଆଗରେ ପ୍ରକାଶ କଲା । କହିଲା, “ଶୃଗାଳ ଭାଇ! ତୁମେ ମୋର ବନ୍ଧୁ
ପରି, କଳା ଗୋଖର ସାପଟି ମୋର ବସା ମଧ୍ୟକୁ ପ୍ରବେଶ କରି ମୋର ଛୁଆମାନଙ୍କୁ ମାରି ଖାଇ
ଦେଉଛି । ତେଣୁ ମୁଁ କ’ଣ କଲେ ସେ ମୋ ଛୁଆମାନଙ୍କୁ ମାରିପାରିବ ନାହିଁ । ମୋତେ ଏହାର
ଉପାୟ ବତାଇ ଦିଅ । ସେ ଆମ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଛି । ଏଠାରେ ରହିବା ଆମ
ପାଇଁ କଷ୍ଟକର ହୋଇ ପଡିଲାଣି ।”
ଶୃଗାଳ କହିଲା, “ଭାଇ ବିଶ୍ୱାସ ହରାଅ
ନାହିଁ । ଯେତେବଡ ବିପଦ ଆସୁ ପଛେ ଆମକୁ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡିବ ।
ବୁଦ୍ଧି ବଳରେ ଆମେ ସେହି ବିଷଧର ସର୍ପକୁ ମାରି ପାରିବା । ଯେପରି ଲୋଭୀ ବଗ ସର୍ବଦା
ଚତୁରତାର ସହିତ ମାଛ ମାନଙ୍କୁ ମାରି ଭକ୍ଷଣ କରୁଥିଲା, ଦିନେ ଏପରି ସମୟ ଆସିଲା ଶେଷରେ
ଏକ ସାମାନ୍ୟ କଙ୍କଡା ଦ୍ୱାରା ସେ ପ୍ରାଣ ତ୍ୟାଗ କଲା ।”
ଶୃଗାଳ ଭାଇ ଠାରୁ ଏହା ଶୁଣିସାରି କୁଆ ପଚାରିଲା, ଭାଇ ଏହା କିପରି ସମ୍ଭବ ହେଲା?
ଉତ୍ତର ଦେବାକୁ ଯାଇ ଶୃଗାଳ ଭାଇ ଏହି କାହାଣୀର ଅବତାରଣା କଲା । ଅଧିକ...
No comments:
Post a Comment