ଗୋଟିଏ ଜଙ୍ଗଲରେ ‘ଭାସୁରକ’ ନାମକ ଏକ ସିଂହ ବାସ
କରୁଥିଲା । ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପରାକ୍ରମୀ ଥିଲା । ବଣରେ ବାସ କରୁଥିବା
ଅନ୍ୟାନ୍ୟ ଜୀବମାନଙ୍କୁ ମାରି ଖାଉଥିଲା । ଦିନେ ବାର୍ହା, କୃଷ୍ଣସାର ମୃଗ, ମଇଁଷି,
ଠେକୁଆ ଇତ୍ୟାଦି ତୃଣ ଭୋଜୀ ପ୍ରାଣୀମାନେ ଏକାଠି ଭାସୁରକଙ୍କ ନିକଟକୁ ଗଲେ ଏବଂ ସମସ୍ତେ
ନିବେଦନ କରି କହିଲେ, “ମହାରାଜ! ଆପଣ ପ୍ରତ୍ୟେକଦିନ ଆମ୍ଭ ମାନଙ୍କ ମଧ୍ୟରୁ ଅନେକଙ୍କୁ
ମାରି ଭକ୍ଷଣ କରୁଛନ୍ତି । ଜଣେ ପଶୁ ହିଁ ଆପଣଙ୍କ କ୍ଷୁଧା ମେଂଟାଇବାକୁ ସକ୍ଷମ
ହୋଇପାରିବ । ତେଣୁ ଆପଣ ଆମ ପ୍ରତି ଦୟା କରନ୍ତୁ । ଆମ୍ଭେ ସମସ୍ତେ ଆପଣଙ୍କ ନିକଟରେ
ପ୍ରତିଜ୍ଞା କରୁଛୁ ପ୍ରତ୍ୟହ ଆପଣଙ୍କ ଭୋଜନ ପାଇଁ ଜଣ ଜଣ କରି ଆମେ ଜୀବ ପଠାଇବୁ ।
ଏହାଦ୍ୱାରା ଆପଣଙ୍କର ମଧ୍ୟ କିଛି ଅସୁବିଧା ହେବ ନାହିଁ ଏବଂ ଆମ୍ଭମାନଙ୍କୁ ମଧ୍ୟ
ଆବଶ୍ୟକତା ଠାରୁ ଅଧିକ ପରିମାଣରେ ମୃତ୍ୟୁ ବରଣ କରିବାକୁ ପଡିବ ନାହିଁ । “ମହାରାଜ!
କଥାରେ ଅଛି ଔଷଧ ଠିକ୍ ଭାଗ ମାପ ଅନୁଯାୟୀ ସେବନ କଲେ ମନୁଷ୍ୟ ଶୀଘ୍ର ସୁସ୍ଥ ସବଳ
ହୋଇଥାଏ ।
ଏହା ଶୁଣି ସାରିବା ପରେ ‘ଭାସୁରକ’
କହିଲେ, “ତୁମ୍ଭେମାନେ ଯାହା କହୁଛ ତାହା ସତ୍ୟ । କିନ୍ତୁ ମୋର ମଧ୍ୟ ଏକ ସର୍ତ ଅଛି ।”
ସମସ୍ତେ ଏକ ସ୍ୱରରେ ପଚାରିଲେ ପ୍ରଭୁ ସର୍ତଟି କଣ? ଭାସୁରକ କହିଲେ, “ଯେଉଁଦିନ ମୋ
ପାଖକୁ ଆହାର ପଠାଇବା ବନ୍ଦ କରିବ, ସେଦିନ ମୁଁ ତୁମ୍ଭମାନଙ୍କୁ ସମସ୍ତଙ୍କୁ ମାରି ଖାଇବି
। ” ପ୍ରତିଜ୍ଞା ଅନୁସାରେ ସେମାନେ ପ୍ରତିଦିନ ମହାରାଜାଙ୍କ ଆହାର ନିମିତ୍ତ ଗୋଟିଏ
ଲେଖାଁଏ ପଶୁ ପ୍ରେରଣ କରନ୍ତି, ଏବଂ ଅନ୍ୟମାନେ ଜଙ୍ଗଲରେ ଭାସୁରକଙ୍କ କବଳରୁ ନିର୍ଭୟରେ
ବିଚରଣ କରନ୍ତି । ଅଧିକ...
ଭଲ ଚେଷ୍ଟା
ReplyDelete