Odia Gapa

Odia Gapa
Odia Gapa

Tuesday, August 4, 2015

ଶୃଗାଳ ଚତୁରକ କଥା

ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ । କିଛି ଦିନ ପରେ ସେହି ଓଟଟି ଏକ ଶାବକକୁ ଜନ୍ମ ଦେଲା । ଏହା ଦେଖି ସିଂହ ମହାରାଜ ଅତ୍ୟନ୍ତ ଖୁସି ହୋଇଯାଇ ନବଜାତ ଶାବକଟିକୁ ନିଜ ଘରକୁ ନେଇଗଲେ ।
       ନିଜ ଘରକୁ ନେଇ ଆନନ୍ଦରେ ଲାଳନ ପାଳନ କରିବାକୁ ଲାଗିଲେ । ଶ୍ରଦ୍ଧାରେ ତା’ର ନାମ ଦେଲେ ‘ଶଙ୍କୁକରନ୍’ । ମହାରାଜଙ୍କର ଆଦର ଏବଂ ଯତ୍ନ ପାଇ ଓଟ ଶାବକଟି ଦିନକୁ ଦିନ ବଢିବାକୁ ଲାଗିଲା । ଦିନେ ମହାରାଜ ତାକୁ କହିଲେ, ‘ତୁମେ ଏହି ଜଙ୍ଗଲରେ କାହାରିକୁ ଭୟ କରିବ ନାହିଁ । ସବୁ ସ୍ଥାନରେ ନିର୍ଭୟରେ ବିଚରଣ କରିବ । ଏହିପରି ସେମାନେ ସର୍ବଦା ହସ ଖୁସିରେ ଜୀବନ କଟାଉଥାନ୍ତି । ଜଣେ ଅନ୍ୟକୁ କାହାଣୀ କହି ତା’ର ମନୋରଂଜନ କରୁଥାଏ । ଅଧିକ...

ହାତୀ ଏବଂ ଘରଚଟିଆ କଥା

ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ସେ ତା’ର ଶୁଣ୍ଡରେ ଗଛର ଡାଳ ସବୁ ଭାଙ୍ଗି ଖାଇବାକୁ ଲାଗିଲା । ଘରଚଟିଆ ଦଂପତି ବାସ କରୁଥିବା ଡାଳକୁ ମଧ୍ୟ ଭାଙ୍ଗି ଦେଲା । ଏହାଦ୍ୱାରା ତା’ର ଅଣ୍ଡା ଗୁଡିକ ନଷ୍ଟ ହୋଇଗଲା ଓ ବସାଟି ମଧ୍ୟ ଭାଙ୍ଗିଯାଇ ଭୂମି ଉପରେ ପଡିରହିଲା । ଭାଗ୍ୟ ବଶତଃ ଘରଚଟିଆ ଦମ୍ପତି ହାତୀ କବଳରୁ ବଂଚିଗଲେ କିନ୍ତୁ ନିଜ ସନ୍ତାନମାନଙ୍କୁ ବଂଚାଇ ପାରିଲେ ନାହିଁ । ଏହା ଦେଖି ମା ଘରଚଟିଆର ଭୀଷଣ ମନ କଷ୍ଟ ହେଲା । ଦୁଃଖରେ ଗୋଟିଏ ଯାଗାରେ ବସି ଲୁହ ଗଡାଇଲା ।
       ଗୋଟିଏ କାଠହଣା ଚଢେଇ ଦିନେ ସେହି ବାଟଦେଇ ଯାଉ ଯାଉ ଘରଚଟିଆ ଦମ୍ପତି କାନ୍ଦୁଥିବାର ଦେଖିପାରିଲା । ସେ ତାଙ୍କ ପାଖକୁ ଆସି ପଚାରିଲା, ‘ତୁମ୍ଭ ଦୁଇ ଜଣଙ୍କର କ’ଣ ହୋଇଛି? ‘କଣ ପାଇଁ ତୁମେ ମନ ଦୁଃଖରେ ଲୁହ ଗଡାଉଛ? ଯେଉଁମାନେ ବୁଦ୍ଧିମାନ କିମ୍ବା ଚତୁର ବ୍ୟକ୍ତି ସେମାନେ କଦାପି ଅତୀତକୁ ମନେ ପକାଇ ଦୁଃଖ କରନ୍ତି ନାହିଁ । କିନ୍ତୁ ଯିଏ ବୋକା ସେ ହିଁ ସଦାସର୍ବଦା ମନେପକାଇ ନିଜେ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରେ । ଏହା ହିଁ ହେଉଛି ଏକ ବୁଦ୍ଧିମାନ ବ୍ୟକ୍ତି ଓ ଏକ ମୂର୍ଖ ବ୍ୟକ୍ତି ମଧ୍ୟରେ ଥିବା ଚରିତ୍ରର ଭିନ୍ନତା । ଅଧିକ...

ତିନୋଟି ମାଛର କାହାଣୀ

ଗୋଟିଏ ପୁଷ୍କରିଣୀରେ ‘ଅନଂଗତଭିଆତ’, ‘ପ୍ରତୁ୍ୟପିନ୍ନମତି’, ଏବଂ ‘ଯାଦଭଭିଷ୍ୟ’ ନାମକ ତିନୋଟି ମାଛ ରହୁଥିଲେ । ଏକଦା କେତେଜଣ ଧୀବର ସେହି ପୁଷ୍କରିଣୀ କଡଦେଇ ଯାଉଥାଆନ୍ତି । ସେମାନେ ସେହି ପୁଷ୍କରିଣୀର ନୀଳ ସ୍ୱଚ୍ଛ ଜଳରାଶିକୁ ଦେଖି କଥାବାର୍ତ୍ତା ହେଉଥାଆନ୍ତି : ଆମ୍ଭେମାନେ ସବୁ ପୋଖରୀରୁ ମାଛ ମାରି ସାରିଲୁଣି ଅଥଚ ଏହି ପୁଷ୍କରିଣୀକୁ ଆସି ନାହୁଁ । ତେଣୁ ଆସନ୍ତା କାଲି ଏହି ପୁଷ୍କରିଣୀରୁ ମାଛ ଧରିବା ପାଇଁ ଆସିବା । ଏହା କହି ଧୀବର ମାନେ ଚାଲିଗଲେ ।
         ଅନଂଗତଭିଆତ ଧୀବର ମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କିଛି ସମୟପରେ ସେ ପୁଷ୍କରିଣୀରେ ଥିବା ଅନ୍ୟ ମାଛ ମାନଙ୍କୁ ଏହି ସମ୍ବାଦଟି ଜଣାଇଦେଲେ ଏବଂ କହିଲେ ‘ତୁମ୍ଭେମାନେ ଜାଣିଲଣି? ଆସନ୍ତାକାଲି ଧୀବରମାନେ ଏଠାକୁ ଆସି ଆମ୍ଭମାନଙ୍କୁ ଧରି ନେଇଯିବେ’ । ତେଣୁ ଏଠାରେ ଆଉ ଗୋଟିଏ ମୁହୂର୍ତ ରହିବା ମଧ୍ୟ ଆମ ପାଇଁ ବିପଦଜନକ । ତେଣୁ ଆମେ ଯେତେ ଶୀଘ୍ର ଏହି ପୁଷ୍କରିଣୀ ଛାଡି ଅନ୍ୟ ଏକ ସ୍ଥାନକୁ ଚାଲିଯିବା । ବିପର୍ଯ୍ୟୟ ସମୟରେ ଯେଉଁମାନେ ତତ୍କ୍ଷଣାତ୍ ସେହି ସ୍ଥାନ ଛାଡି ଚାଲିଯାଆନ୍ତି ସେମାନଙ୍କ ଜୀବନ ବିପଦମୁକ୍ତ ହୋଇଥାଏ । ଏହା ଶୁଣି ପ୍ରତୁ୍ୟପିନ୍ନମତି କହିଲେ ତୁମେ ଯାହା କହୁଛ, ଠିକ୍ କହୁଛ । ତେଣୁ ଆମେ ଅନ୍ୟତ୍ର ଚାଲି ଗଲେ ଆମେ ବିପଦମୁକ୍ତ ହୋଇଯିବା । ଅଧିକ...

ହତଭାଗ୍ୟ ଓଟର କାହାଣୀ

ଗୋଟିଏ ଜଙ୍ଗଲରେ ‘ମାଦୋତ୍କତ୍’ ନାମରେ ଜଣେ ସିଂହ ରାଜା ବସବାସ କରୁଥିଲେ । ମାଦୋତ୍କତ୍ର କେତେକ ଅନୁଚର ତାଙ୍କ ସହିତ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରୁ କେତେକ ଶୃଗାଳ, କୁଆ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରଧାନ ଥିଲେ। ଦିନେ ରାଜାଙ୍କର ଅନୁଚରମାନେ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଓଟକୁ ଦେଖିବାକୁ ପାଇଲେ । ସିଂହ ମହାରାଜଙ୍କ ନିକଟରେ ପହଁଚି କହିଲେ, ‘ମହାରାଜ’! ଜଙ୍ଗଲ ମଧ୍ୟରେ ଆମେ ଏକ ଅଦ୍ଭୂତ ଜୀବ ବୁଲୁଥିବାର ଦେଖିଲୁ । ସିଂହ କହିଲା, “ପ୍ରିୟ କୁଆ! ତୁମେ ତା’ ନିକଟକୁ ଯାଅ, ତାଙ୍କର ପରିଚୟ ଏବଂ ସେ କେଉଁଠାରୁ ଓ କାହିଁକି ଏଠାକୁ ଆସିଛନ୍ତି ତାହା ବୁଝି ମୋତେ କୁହ”? ଆଦେଶ ପାଇ କୁଆ ତତ୍ କ୍ଷଣାତ୍ ଓଟ ମହାଶୟଙ୍କ ନିକଟରେ ପହଁଚିଗଲା । ଏବଂ ତା’ର ପରିଚୟ ପଚାରି ବୁଝି ରାଜାଙ୍କୁ ଆସି କହିଲା, ‘ମହାରାଜ’ ଅଦ୍ଭୂତ ଜୀବଟି ହେଉଛି ଏକ ଓଟ । ମହାରାଜ! ଜୀବଟିକୁ ହତ୍ୟାକରି ଯଦି ଭୋଜନ କରାଯାଆନ୍ତା ତା’ହେଲେ ବେଶ୍ ଭଲ ହୁଅନ୍ତା ।

       ମହାରାଜ୍ ସିଂହ କହିଲେ, ‘ନା’ ତୁମେ ଭୁଲ୍ କହୁଛ । ସେ ମୋ ଜଙ୍ଗଲକୁ ଆସିଛନ୍ତି । ତେଣୁ ପ୍ରଥମତଃ ସେ ମୋର ଜଣେ ବନ୍ଧୁ । ତେଣୁ ମୋର ତାଙ୍କୁ ମାରିବା ଠିକ୍ ହେବ ନାହିଁ । ତେଣୁ ତାଙ୍କୁ ମୋ ନିକଟକୁ ନେଇଆସ । ମୁଁ ତାଙ୍କ ସହିତ ବନ୍ଧୁତା କରି ଜୀବନର ସୁଖ, ଦୁଃଖକୁ ତାଙ୍କ ସହିତ ବାଂଟି ନେଇ ଖୁସିରେ ସମୟ ଅତିବାହିତ କରିବାକୁ ଚାହେଁ । ମହାରାଜଙ୍କର ଏପରି କଥା ଶୁଣି ସମସ୍ତ ଜୀବଜନ୍ତୁ ଓଟ ମହାଶୟଙ୍କ ନିକଟରେ ପହଁଚିଲେ । ପ୍ରଥମେ ତାଙ୍କର ବିଶ୍ୱାସ ଭାଜନ ହେବାକୁ ଚେଷ୍ଟା କଲେ । ସମସ୍ତେ ତାଙ୍କୁ କହିଲେ, “ଜଙ୍ଗଲରେ ତୁମେ ନିରାପଦରେ ବିଚରଣ କରି ପାରିବ, ଯଦି ତୁମେ ସିଂହ ମହାରାଜଙ୍କ ସହିତ ବନ୍ଧୁତା କରିବ ।” ଏହି କଥା ଶୁଣି ଓଟ ମହାରାଜଙ୍କ ନିକଟକୁ ଯିବାକୁ ବାହାରିଲେ । ମହାରାଜଙ୍କ ନିକଟରେ ପହଁଚି ଓଟ କହିଲା ‘ମହାରାଜ’! ମୁଁ ‘କ୍ରାଥାନକ’ । ଆପଣଙ୍କ ଜଙ୍ଗଲରେ ଆସି ଏଇ କିଛିଦିନ ହେବ ପହଁଚିଛି । ସେ ତାଙ୍କ ଯାତ୍ରୀଦଳରୁ ଅଲଗା ହୋଇ ଏଠାକୁ ଆସିଛି ବୋଲି କହିଲା । ଅଧିକ...

ସିଂହ ଏବଂ ଠେକୁଆର ଗପ

ଗୋଟିଏ ଜଙ୍ଗଲରେ ‘ଭାସୁରକ’ ନାମକ ଏକ ସିଂହ ବାସ କରୁଥିଲା । ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପରାକ୍ରମୀ ଥିଲା । ବଣରେ ବାସ କରୁଥିବା ଅନ୍ୟାନ୍ୟ ଜୀବମାନଙ୍କୁ ମାରି ଖାଉଥିଲା । ଦିନେ ବାର୍ହା, କୃଷ୍ଣସାର ମୃଗ, ମଇଁଷି, ଠେକୁଆ ଇତ୍ୟାଦି ତୃଣ ଭୋଜୀ ପ୍ରାଣୀମାନେ ଏକାଠି ଭାସୁରକଙ୍କ ନିକଟକୁ ଗଲେ ଏବଂ ସମସ୍ତେ ନିବେଦନ କରି କହିଲେ, “ମହାରାଜ! ଆପଣ ପ୍ରତ୍ୟେକଦିନ ଆମ୍ଭ ମାନଙ୍କ ମଧ୍ୟରୁ ଅନେକଙ୍କୁ ମାରି ଭକ୍ଷଣ କରୁଛନ୍ତି । ଜଣେ ପଶୁ ହିଁ ଆପଣଙ୍କ କ୍ଷୁଧା ମେଂଟାଇବାକୁ ସକ୍ଷମ ହୋଇପାରିବ । ତେଣୁ ଆପଣ ଆମ ପ୍ରତି ଦୟା କରନ୍ତୁ । ଆମ୍ଭେ ସମସ୍ତେ ଆପଣଙ୍କ ନିକଟରେ ପ୍ରତିଜ୍ଞା କରୁଛୁ ପ୍ରତ୍ୟହ ଆପଣଙ୍କ ଭୋଜନ ପାଇଁ ଜଣ ଜଣ କରି ଆମେ ଜୀବ ପଠାଇବୁ । ଏହାଦ୍ୱାରା ଆପଣଙ୍କର ମଧ୍ୟ କିଛି ଅସୁବିଧା ହେବ ନାହିଁ ଏବଂ ଆମ୍ଭମାନଙ୍କୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ମୃତ୍ୟୁ ବରଣ କରିବାକୁ ପଡିବ ନାହିଁ । “ମହାରାଜ! କଥାରେ ଅଛି ଔଷଧ ଠିକ୍ ଭାଗ ମାପ ଅନୁଯାୟୀ ସେବନ କଲେ ମନୁଷ୍ୟ ଶୀଘ୍ର ସୁସ୍ଥ ସବଳ ହୋଇଥାଏ ।
       ଏହା ଶୁଣି ସାରିବା ପରେ ‘ଭାସୁରକ’ କହିଲେ, “ତୁମ୍ଭେମାନେ ଯାହା କହୁଛ ତାହା ସତ୍ୟ । କିନ୍ତୁ ମୋର ମଧ୍ୟ ଏକ ସର୍ତ ଅଛି ।” ସମସ୍ତେ ଏକ ସ୍ୱରରେ ପଚାରିଲେ ପ୍ରଭୁ ସର୍ତଟି କଣ? ଭାସୁରକ କହିଲେ, “ଯେଉଁଦିନ ମୋ ପାଖକୁ ଆହାର ପଠାଇବା ବନ୍ଦ କରିବ, ସେଦିନ ମୁଁ ତୁମ୍ଭମାନଙ୍କୁ ସମସ୍ତଙ୍କୁ ମାରି ଖାଇବି । ” ପ୍ରତିଜ୍ଞା ଅନୁସାରେ ସେମାନେ ପ୍ରତିଦିନ ମହାରାଜାଙ୍କ ଆହାର ନିମିତ୍ତ ଗୋଟିଏ ଲେଖାଁଏ ପଶୁ ପ୍ରେରଣ କରନ୍ତି, ଏବଂ ଅନ୍ୟମାନେ ଜଙ୍ଗଲରେ ଭାସୁରକଙ୍କ କବଳରୁ ନିର୍ଭୟରେ ବିଚରଣ କରନ୍ତି । ଅଧିକ...

କୁଆ ଏବଂ ଗୋଖର ସାପ କଥା

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷରେ ଏକ କୋରଡ କରି କୁଆ ଦମ୍ପତି ବସବାସ କରୁଥାନ୍ତି । ସେହି ବଟବୃକ୍ଷ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆର ବସାରେ ପଶି ତାର ଡିମ୍ବକୁ ନଷ୍ଟ କରିଦେଲା ।
       ଏହି ବଟ ବୃକ୍ଷର ପାଖରେ ଆଉ ଗୋଟିଏ ବଟ ବୃକ୍ଷ ଥାଏ । ସେଠାରେ ଗୋଟିଏ ଶୃଗାଳ ବାସ କରୁଥାଏ । ଦିନେ କୁଆଟି ଅତ୍ୟନ୍ତ ଦୁଃଖରେ ତା’ର ମନ କଥା ଶୃଗାଳ ଆଗରେ ପ୍ରକାଶ କଲା । କହିଲା, “ଶୃଗାଳ ଭାଇ! ତୁମେ ମୋର ବନ୍ଧୁ ପରି, କଳା ଗୋଖର ସାପଟି ମୋର ବସା ମଧ୍ୟକୁ ପ୍ରବେଶ କରି ମୋର ଛୁଆମାନଙ୍କୁ ମାରି ଖାଇ ଦେଉଛି । ତେଣୁ ମୁଁ କ’ଣ କଲେ ସେ ମୋ ଛୁଆମାନଙ୍କୁ ମାରିପାରିବ ନାହିଁ । ମୋତେ ଏହାର ଉପାୟ ବତାଇ ଦିଅ । ସେ ଆମ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଛି । ଏଠାରେ ରହିବା ଆମ ପାଇଁ କଷ୍ଟକର ହୋଇ ପଡିଲାଣି ।”
       ଶୃଗାଳ କହିଲା, “ଭାଇ ବିଶ୍ୱାସ ହରାଅ ନାହିଁ । ଯେତେବଡ ବିପଦ ଆସୁ ପଛେ ଆମକୁ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡିବ । ବୁଦ୍ଧି ବଳରେ ଆମେ ସେହି ବିଷଧର ସର୍ପକୁ ମାରି ପାରିବା । ଯେପରି ଲୋଭୀ ବଗ ସର୍ବଦା ଚତୁରତାର ସହିତ ମାଛ ମାନଙ୍କୁ ମାରି ଭକ୍ଷଣ କରୁଥିଲା, ଦିନେ ଏପରି ସମୟ ଆସିଲା ଶେଷରେ ଏକ ସାମାନ୍ୟ କଙ୍କଡା ଦ୍ୱାରା ସେ ପ୍ରାଣ ତ୍ୟାଗ କଲା ।”
       ଶୃଗାଳ ଭାଇ ଠାରୁ ଏହା ଶୁଣିସାରି କୁଆ ପଚାରିଲା, ଭାଇ ଏହା କିପରି ସମ୍ଭବ ହେଲା?
       ଉତ୍ତର ଦେବାକୁ ଯାଇ ଶୃଗାଳ ଭାଇ ଏହି କାହାଣୀର ଅବତାରଣା କଲା ।  ଅଧିକ...

ସାଧୁ ଦେବ ଶର୍ମାଙ୍କ କାହାଣୀ

ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ ‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା କରି ନଥିଲେ । ଦିନ, ରାତି ସବୁ ସମୟରେ ସେ ସଂଚିତ ଧନର ଥଳୀଟିକୁ ହାତରେ ଧରୁଥିଲେ । କଦାପି ନିଜଠାରୁ ତାହାକୁ ଅଲଗା କରୁ ନଥିଲେ ।
       ସାଧୁ ଦେବ ଶର୍ମାଙ୍କ ମତରେ ଧନ ଉପାର୍ଜନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଧନର ଆସିବା,ଯିବା ସଦାସର୍ବଦା ଅସୁବିଧା ସୃଷ୍ଟି କରିଥାଏ । ତାଙ୍କ ମତରେ ଏହା ଶେଷହୀନ । ଶେଷହୀନ ଏହି ଚିନ୍ତାର କାରଣକୁ ସର୍ବଦା ନିନ୍ଦା କରିବା ଉଚିତ୍ ।
       ଆଷାଢଭୂତି ନାମକ ଜଣେ ଠକ ଯିଏ କି ସର୍ବଦା ସାଧାରଣ ଜନତାଙ୍କର ଉପାର୍ଜିତ ଧନକୁ ଲୁଣ୍ଠନ କରେ । ସେ କିପରି ଜାଣିବାକୁ ପାଇଲା ଯେ, ସାଧୁ ଦେବଶର୍ମା ତାଙ୍କ ସଂଚିତ ଧନକୁ ସଦାସର୍ବଦା ନିଜ ବାହୁ ମୂଳରେ ରଖି ଥାଆନ୍ତି । ସେ ମନେ ମନେ ଚିନ୍ତାକଲା, କିପରି ସାଧୁଙ୍କର ଧନକୁ ଅପହରଣ କରିବ । ମଠର କାନ୍ଥରେ ଗାତ କରି ସେହି ବାଟରେ ଯାଇ ଚୋରି କରିବା ଅତ୍ୟନ୍ତ କଷ୍ଟକର । ତେଣୁ ଏପରି କିଛି କରିବାକୁ ହେବ ଯାହା ଦ୍ୱାରା ସେ ସାଧୁଙ୍କର ବିଶ୍ୱାସ ଭାଜନ ହୋଇପାରିବ । ତେଣୁ ସେ ପ୍ରଥମେ ସାଧୁଙ୍କ ନିକଟରେ ପହଁଚି ଏପରି ମଧୁର ବଚନ କହିବ ଯେ, ଯାହାଦ୍ୱାରା ସାଧୁ ତାକୁ ନିଜର ଶିଷ୍ୟ ରୂପେ ଗ୍ରହଣ କରିବେ । ଏହିପରି କିଛିଦିନ ସାଧୁଙ୍କର ବିଶ୍ୱାସ ଭାଜନ ହେବା ପରେ ସେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ନିଜ ହାତ ମୁଠାକୁ ଆଣିପାରିବ । ଅଧିକ...

ରାଜା ଏବଂ ଝାଡୁଦାର କଥା

‘ବର୍ଦ୍ଧମାନ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ତାଙ୍କର ନାମ ହେଉଛି ‘ଦାନ୍ତିଲ୍’ । ସମଗ୍ର ନଗରୀରେ ତାଙ୍କର ଆଧିପତ୍ୟ ଥିଲା । ତାଙ୍କ ସମୟରେ ସାଧାରଣ ଜନତା ଏବଂ ରାଜା ଉଭୟେ ଖୁସିରେ କାଳାତିପାତ କରୁଥିଲେ । ସେଥିପାଇଁ ରାଜା ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । କିଛି ଦିନ ଗଲା ପରେ ଦାନ୍ତିଲ୍ ଙ୍କର ର କନ୍ୟାର ବିଭାଘର ଠିକ୍ ହେଲା ଏହି ବିବାହ ଭୋଜିରେ ଯୋଗ ଦେବା ପାଇଁ ଦାନ୍ତିଲ୍ ନଗରୀର ସମସ୍ତ ଜନତା ଏବଂ ରାଜ କର୍ମଚାରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କୁ ସେ ଯଥାସାଧ୍ୟ ସମ୍ମାନ ଦେବା ସହିତ ବହୁମୂଲ୍ୟ ସାମଗ୍ରୀ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବିବାହ ପରେ ନିଜେ ରାଜା ଏବଂ ରାଣୀ ଦାନ୍ତିଲ୍ ଙ୍କର ନିମନ୍ତ୍ରଣ ରକ୍ଷା କରି ତାଙ୍କ ଗୃହକୁ ଯାଇଥିଲେ । ଦାନ୍ତିଲ୍ ସେମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଥିଲେ ।
       ସେହି ନଗରୀରେ ଗୋରମ୍ଭ ନାମକ ଜଣେ ଝାଡୁଦାର ବାସ କରୁଥିଲା । ସେ ପ୍ରତ୍ୟହ ରାଜାଙ୍କ ଉଆସ ଝାଡୁ କରିବା ଦାୟିତ୍ୱରେ ଥାଏ । ଦାନ୍ତିଲ୍ ଙ୍କର କନ୍ୟାର ବିବାହ ଭୋଜିର ଜାକ ଜମକ ଦେଖି ତା’ର ସେଠାକୁ ଯିବାକୁ ଇଚ୍ଛା ହେଲା । କିନ୍ତୁ ତାକୁ କେହି ନିମନ୍ତ୍ରଣ କରି ନଥାନ୍ତି । ନିଜର ମନର ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ସେଠାରେ ପହଁଚି ବ୍ରାହ୍ମଣ ମାନଙ୍କ ମଝିରେ ଖାଇବା ପାଇଁ ବସି ପଡିଲା । ଦାନ୍ତିଲ୍ ଏହା ଦେଖି ଗୋରମ୍ଭ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଗଳା ଧକ୍କା ଦେଇ ସେଠାରୁ ବାହାର କରିଦେଲେ । ଏହା ଦ୍ୱାରା ସେ ନିଜକୁ ଘୋର୍ ଅପମାନିତ ମନେ କଲା । ମନେ ମନେ ଚିନ୍ତା କଲା କିପରି ଉଚିତ୍ ସମୟ ସୁଯୋଗ ଦେଖି ଦାନ୍ତିଲ୍ ଙ୍କ ଉପରେ ପ୍ରତିଶୋଧ ନେବ । ଅଧିକ...

ଶୃଗାଳ ଏବଂ ବାଦ୍ୟ କଥା

ଅନେକ ଦିନ ତଳେ ‘ଗୋମୟ’ ନାମକ ଏକ ଶୃଗାଳ ଅରଣ୍ୟ ମଧ୍ୟରେ ବସବାସ କରୁଥିଲା । ଏକଦା ସେ ନିଜକୁ ଭାରି ଭୋକିଲା ମନେ କଲା । ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ଘୂରି ବୁଲିଲା । ଶେଷରେ ସେ ଏକ ଯୁଦ୍ଧ କ୍ଷେତ୍ରରେ ଯାଇ ପହଁଚିଲା । ଯୁଦ୍ଧରତ ସୈନିକ ମାନେ ଯୁଦ୍ଧ କ୍ଷେତ୍ରରେ ଏକ ବାଦ୍ୟ ଛାଡି ଚାଲିଯାଇଥାଆନ୍ତି । ସେହି ବାଦ୍ୟଟି ଏକ ଲତାଗହଳ ମଧ୍ୟରେ ପଡି ରହିଥାଏ । ବାଦ୍ୟଯନ୍ତ୍ର ସହିତ ଲତା ପତ୍ରଗୁଡିକ ଘସି ହେବାଫଳରେ ଏକ ଅଦ୍ଭୁତ ଧ୍ୱନି ସୃଷ୍ଟି ହେଉଥାଏ ।
       ଦିନେ ଶୃଗାଳ ଏହି ଧ୍ୱନିକୁ ଶୁଣିପାରି ଭୟଭୀତ ହୋଇ ପଡିଲା । କିଏ ଏହି ଧ୍ୱନି ସୃଷ୍ଟି କରୁଛି ତାହା ଚିନ୍ତା କଲା । ସେ ପ୍ରଥମେ ଭାବିଲା ଯେ ମୋତେ ଖୋଜି ବାହାର କରିବା ପାଇଁ ପଡିବ ଏହି ଧ୍ୱନି କିଏ ସୃଷ୍ଟି କରୁଛି । ମନରେ ସାହସ ସଂଚୟ କରି ସେ ଖୋଜିବା ଜାରି ରଖିଲା । ଶେଷରେ ସେ ଜାଣିବାକୁ ପାଇଲା ଯେ ତାହା ହେଉଛି ଏକ ପ୍ରକାରର ବାଦ୍ୟଯନ୍ତ୍ର । ବାଦ୍ୟ ଯନ୍ତ୍ରକୁ ଖୋଜିବା ସମୟରେ ସେ ଏତେ ପରିମାଣରେ ଖାଦ୍ୟ ଖାଇବାକୁ ପାଇଲାଯେ ବହୁତ ଦିନ ପର୍ଯ୍ୟନ୍ତ ତା’ର ଆଉ କୌଣସି ଖାଦ୍ୟ ଜନିତ ଅସୁବିଧା ହେଲା ନାହିଁ । ଏହି କାହାଣୀକୁ ଆଖି ଆଗରେ ରଖି ଦମନକ ରାଜା ପିଙ୍ଗଳକଙ୍କୁ କହିଲେ: ମହାରାଜ! ଆପଣ ଏଇ ସାମାନ୍ୟ ଧ୍ୱନି ଶୁଣି ଭୟଭୀତ ହୁଅନ୍ତୁ ନାହିଁ । ରାଜା କହିଲେ: ମୁଁ କିପରି ନିଜକୁ ଦୃଢମନା କରିପାରିବି । ଯେତେବେଳେ ମୋର ସମସ୍ତ ସଦସ୍ୟମାନେ ଭୟଭୀତ ଏବଂ ଜଙ୍ଗଲ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯିବାକୁ ବସିଛନ୍ତି ମୁଁ ବା, ସେଥିରୁ ବାଦ୍ ଯିବି କିପରି? ଅଧିକ...

ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ

ଅନେକ ଦିନ ତଳର କଥା । ଜଣେ ଧନୀ ବଣିକ ସହର ଠାରୁ କିଛି ଦୂରରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କଲେ । କାର୍ଯ୍ୟରତ ବଢେଇମାନେ ପ୍ରତ୍ୟେକ ଦିନ ସହରକୁ ମଧ୍ୟାହ୍ନଭୋଜନ କରିବାପାଇଁ ଯାଉଥିଲେ ।
       ଦିନେ ଗୋଟିଏ ମାଙ୍କଡ ଦଳ ସେହି ମନ୍ଦିର ତିଆରି ହେଉଥିବା ସ୍ଥାନକୁ ଆସିଲେ । ଜଣେ ବଢେଇ କାଠଗଣ୍ଡିର ମଧ୍ୟ ଭାଗକୁ କରତରେ ଚିରି ସେଥିରେ ଖୁଂଟିକୁ ଭର୍ତ୍ତି କରିଥିଲେ । ଯାହାଫଳରେ କି କାଠ ଗଣ୍ଡିଟି ଖୋଲା ନ ରହି ବନ୍ଦ ହୋଇଯାଇଥିଲା । ମାଙ୍କଡମାନେ ସେଠାରେ ପହଁଚିବାକ୍ଷଣି ଗଛ ଉପରେ ତାଙ୍କର ଖେଳ କୁଦ ଆରମ୍ଭ କରିଦେଲେ । ଗୋଟିଏ ମାଙ୍କଡ ଏହି କାଠଗଣ୍ଡି ଉପରେ ବସି ତାହା ଭିତରେ ଥିବା ଖୁଂଟିଟିକୁ ବାହାରକରି ନିଜହାତରେ ଧରି ଖେଳିବାକୁ ଆରମ୍ଭ କଲା । କାଠଗଣ୍ଡି ଭିତରୁ ଖୁଂଟିଟି ବାହାରି ଆସିବାରୁ ସେ ସେହି କାଠଗଣ୍ଡି ମଧ୍ୟରେ ପଡି ମୃତ୍ୟୁବରଣ କଲା । ଅଧିକ...

ଅସୁସ୍ଥ ବଳଦ ସଂଜୀବକ କାହାଣୀ

ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ ।
       ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ ଲାଭ କରିପାରେ ସେ ସଂସାରରେ ସବୁ କିଛି କରିପାରିବ । ସେ ଚିନ୍ତା କଲେ: ମଣିଷ ଯଦି ତା’ର ଜୀବନ କାଳ ମଧ୍ୟରେ ଅର୍ଥ ସଂଗ୍ରହ କରି ନ ପାରିବ ତା’ହେଲେ ତା’ର ଜୀବନ ବ୍ୟର୍ଥ । ‘ଧନ’ ହେଉଛି ମଣିଷ ଜୀବନର ମୂଳ ହେତୁ । ପାଖରେ ପ୍ରଚୁର ଅର୍ଥ ଥିଲେ ମଣିଷ ତା’ର ବନ୍ଧୁ ପରିଜନ ମାନଙ୍କୁ ସର୍ବଦା ସନ୍ତୁଷ୍ଟ କରିପାରିବ । ଫଳରେ ସେମାନେ ସର୍ବଦା-ତାର ସୁଖରେ ଭାଗୀଦାର ହେବେ । ଯଦି ମନୁଷ୍ୟ ପାଖରେ ଧନ ନଥିବ, ତା’ହେଲେ ସେ ସର୍ବତ୍ର ଅବହେଳିତ ହେବ । ସମାଜରେ ଧନୀ ବ୍ୟକ୍ତିଙ୍କୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଥାଏ । ଏହି ଧନ ଥିଲେ ବୃଦ୍ଧ ଯୁବକରେ ପରିଣତ ହୋଇପାରେ । ଧନ ବିନା ଯୁବକ ମଧ୍ୟ ବୃଦ୍ଧ ପାଲଟି ଯାଏ । ତେଣୁ ଏହି ସଂସାରରେ ଧନ ହେଉଛି ସବୁକିଛି । ତେଣୁ ବର୍ଦ୍ଧମାନକ କିପରି ଅଧିକରୁ ଅଧିକ ଧନ ଉପାର୍ଜନ କରିବେ ସେହି କଥା ଚିନ୍ତା କଲେ । ଅଧିକ...