ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ
ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା ।
ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ ।
ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ
ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ
ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା ।
ବିଲୁଆ ସେଇ ଗଛମୂଳେ ବସିଛି । ମନେ ମନେ
ଭାବୁଥାଏ ଏଠାରେ ବସାବାନ୍ଧି ରହିଲେ ଖାଇବି କ’ଣ? ଚାରିଆଡକୁ ଚାହୁଁ ଚାହୁଁ ହଠାତ୍ ଗଛ
ଉପରେ ଥିବା କାଉ ବସାଉପରେ ତା’ର ନଜର ପଡିଗଲା । ମନେ ମନେ ଭାବିଲା କାଉ ବସାରେ ନିଶ୍ଚୟ
ଅଣ୍ଡା କି କାଉ ଛୁଆ ଥିବେ । ନହେଲେ କାଉ ତା’ର ବସା ଛାଡି ଯାଉନାହିଁ କାହିଁକି?
ଏହି କଥା ଭାବି ବିଲୁଆ ନିରୀକ୍ଷଣ କରୁ
କରୁ ଦେଖିଲା କାଉ ତା’ର ବସାରେ ଅଣ୍ଡାଗୁଡିକ ଜଗି ବସିଛି । ଅଣ୍ଡାଗୁଡିକ ଦେଖି ତା’
ପାଟିରୁ ଲାଳ ଗଡିଲା । ମନରେ ଭାବିଲା, ଅଣ୍ଡା ତ ଗଛ ଉପରେ, ଖାଇବ କେମିତି? ତାକୁ ଗଛ
ଚଢା ଆସୁଥିଲେ ଅବା ଚଢିଯାଆନ୍ତା, ସୁତରାଂ ସେ ଗଛଟିକୁ ଧରି ହଲାଇବାକୁ ଲାଗିଲା । ଅଣ୍ଡା
ତଳକୁ ଖସିପଡିଲେ ଖାଇବ ବୋଲି ଠିକ୍ କଲା । ଅଧିକ...